ଆଜି ଦେବସ୍ନାନ ପୂର୍ଣ୍ଣିମା, ୧୦୮ ସୁବାସିତ ଗରାଜଳରେ ସ୍ନାନ କରିବେ ଶ୍ରୀଜିଉ।


ପୁରୀ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀକ୍ଷେତ୍ରରେ ପାଳନ କରାଯାଏ ସ୍ନାନଯାତ୍ରା ବା ଦେବସ୍ନାନ ପୂର୍ଣ୍ଣିମା । ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି । ଆଜି ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଚାନ୍ଦ, କର୍ପୁରା ଚୁଆ ଏବଂ ଅନ୍ୟାନ୍ୟ ଔଷଧୀୟ ଦ୍ରବ୍ୟରେ ସୁଗନ୍ଧିତ ପାଣିରେ ପବିତ୍ର ସ୍ନାନ କରିବେ ଚତୁର୍ଦ୍ଧା ମୂର୍ତ୍ତି ।

 ୧୦୮ ପାତ୍ର ପାଣିରେ ପବିତ୍ର ସ୍ନାନ କରିବେ ଚତୁର୍ଦ୍ଧା ମୂର୍ତ୍ତି | ପରମ୍ପରା ଅନୁଯାୟୀ, ଭଗବାନ ଜଗନ୍ନାଥ ୩୫ ଗୋଟି କଳସ ପାଣିରେ ସ୍ନାନ କରିବେ, ୩୩ ଗୋଟି କଳସ ପାଣିରେ ଭଗବାନ ବାଳଭଦ୍ର, ୨୨ ଟି ଗୋଟି କଳସ ପାଣିରେ ଦେବୀ ସୁଭଦ୍ରା ଏବଂ ୧୮ ଗୋଟି କଳସ ପାଣିରେ ଚକ୍ରରାଜ ସୁଦର୍ଶନ ସ୍ନାନ କରିବେ |

ଏହାପୂର୍ବରୁ ଦେବତାମାନଙ୍କୁ ଗୋଟି ପହଣ୍ଡିରେ ଅଣାଯାଇ ସ୍ନାନ ମଣ୍ଡପ ରେ ବସିବେ ଏବଂ ତା’ପରେ ଦେବତାମାନଙ୍କର ସମସ୍ତ ଗୁରୁତ୍ୱପୂର୍ଣ୍ଣ ରୀତିନୀତି ସମ୍ପନ୍ନ କରାଯିବ।