ଓଡ଼ିଶା ଟ୍ରେନ୍ ଦୁର୍ଘଟଣା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିବାକୁ ଆସିବେ।



ବାଲେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡିଶା ଗସ୍ତରେ ଆସି ବାଲେଶ୍ବର ବାହାନାଗ  ଦୁର୍ଘଟଣାସ୍ଥଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟର ସମୀକ୍ଷା କରିବେ।

ଖବର ଅନୁଯାୟୀ, ମୋଦୀ ପ୍ରଥମେ ବାହାନାଗ ବଜାର ରେଳ ଷ୍ଟେସନ ପରିଦର୍ଶନ କରିବେ ଯେଉଁଠାରେ ଅତି କମରେ ୨୩୮ ଜଣଙ୍କର ମୃତ୍ୟୁ ଘଟିଥିବା ଏବଂ ୧୦୦୦ ରୁ ଅଧିକ ଆହତ ହୋଇଥିବା ହୃଦୟ ବିଦାରକ ଦୁର୍ଘଟଣା ଘଟିଛି।

ଏହା ପରେ ପ୍ରଧାନମନ୍ତ୍ରୀ କଟକକୁ ଯାଇ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଆହତ ଯାତ୍ରୀଙ୍କୁ ଭେଟିବେ।

ଭାରତର ରେଳ ଇତିହାସର ସବୁଠାରୁ ଖରାପ ଟ୍ରେନ ଦୁର୍ଘଟଣା ପରେ ପିଏମ ମୋଦୀ ଆଜି ସକାଳେ ରେଳବାଇ ଏବଂ ଏନଡିଆରଏଫ ଅଧିକାରୀଙ୍କ ସହ ଏକ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ, ଯାହା ପରେ ତାଙ୍କର ଯାତ୍ରା ସ୍ଥିର ହୋଇଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି।