ଓଡ଼ିଶା ଟ୍ରେନ୍ ଦୁର୍ଘଟଣା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ଘଟଣା ସ୍ଥଳରେ ପହଞ୍ଚି ସମୀକ୍ଷା କରିଛନ୍ତି।

ବାଲେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସକାଳେ ବାଲେଶ୍ଵରର ବାହାନାଗାରେ ଟ୍ରେନ୍ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ। 5T ସଚିବ ଭି.କେ ପାଣ୍ଡିଆନଙ୍କ ସହ ସିଏମ୍ ଜାରି ରହିଥିବା ରିଲିଫ ଏବଂ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି।

ଆଜି ସକାଳେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ନବୀନ ଏକ ସଂକ୍ଷିପ୍ତ ଆଲୋଚନା ମଧ୍ୟ କରିଥିଲେ।

ଟ୍ରେନ ଦୁର୍ଘଟଣାରେ ସିଏମ ସମୀକ୍ଷା ବେଳେ ବାଲେଶ୍ଵର ସାଂସଦ ପ୍ରତାପ ସାରଙ୍ଗୀ, ଡିଜି ପୋଲିସ ସୁନୀଲ ବନସଲ, ବରିଷ୍ଠ ପୋଲିସ ଅଧିକାରୀ, ଏସପି ସାଗାରିକା ନାଥ ଏବଂ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।