ମାଲକାନଗିରି ଏୟାରଷ୍ଟ୍ରିପ୍ ସୀମା ପ୍ରାଚୀର ଭୁଶୁଡ଼ିବା ଦୃରା ୨ ଶ୍ରମିକ ମୃତ୍ଯୁବରଣ କରିଛନ୍ତି।
ମାଲକାନଗିରି: ଗୁରୁବାର ଦିନ ମାଲକାନଗିରିରେ କାଳବୌଶାକ୍ଷୀ ସହ ଘଡଘଡି ସହ ବର୍ଷା ହେଇଛି। ଏହି ଘଟଣାରେ ଏଠାରେ ଏୟାରଷ୍ଟ୍ରିପ ପରିସରରେ ଏକ ନିର୍ମାଣାଧୀନ ସୀମା ପ୍ରାଚୀର ଭୁଶୁଡି ପଡିଛି। ଏହି ଦୁର୍ଘଟଣାରେ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି।
ମୃତ ବ୍ୟକ୍ତି ଜଣକ କାଲିମେଲାର ଗୋମଫାଗୁଣ୍ଡାର ୪୦ ବର୍ଷ ବୟସ୍କା ମହିଳା ତିଳୋତମା ବେରିଆ ଏବଂ ଏହି ଜିଲ୍ଲାର ତମାସା ଅଞ୍ଚଳର ଏମଭି ଗାଁର ମନୋଜ ହେମ୍ବ୍ରମ ନାମକ ଜଣେ ଯୁବକ ବୋଲି ଜଣାପଡିଛି। ଏହି ଘଟଣା ପରେ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା ଯେଉଁଠାରେ ସେମାନେ ମୃତ୍ଯୁବରଣ କରିଥିଲେ।
କାଳବୌଶାକ୍ଷୀ ବର୍ଷାର ପ୍ରଭାବ ଏତେ ଭୟଙ୍କର ଥିଲା ଯେ ଅନେକ ଗଛ ଉପୁଡ଼ି ଯାଇ ରାସ୍ତାରେ ପଡ଼ିଯିବାରୁ ଯାତାୟତରେ ମଧ୍ଯ ବାଧା ସୃଷ୍ଟି ହୋଇଥିଲା। ସେହିଭଳି ପ୍ରବଳ ପବନ ଦ୍ୱାରା ଅନେକ ଘରର ଛାତ ମଧ୍ୟ ଉଡିଯାଇଥିଲା।
0 Comments