ବିକ୍ରମ କହିଲେ , ମୁଁ ସେହି ଝିଅ କୁ ଏବେ ବି ପାଉଛି ଭଲ …..

Spread the love

ଶାନ୍ତଶିଷ୍ଟ ବିକ୍ରମ, ପ୍ରେମ ପାଇଁ ପାଳଟିଯାଇଥିଲା ଅଶାନ୍ତ। ଆଉ ଶାନ୍ତିପଡ଼ାରେ ଅଶାନ୍ତିର ନାଟକ। ବଲାଙ୍ଗୀରରେ ଛଅଘଣ୍ଟାର ମୁଣ୍ଡ ଜାମିନ ନାଟକକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା। ପ୍ରେମରେ ବିଫଳ ହୋଇଥିବା ପ୍ରେମିକ ବିକ୍ରମ ପଣ୍ଡା କରିଥିଲା ଉନ୍ମତ୍ତକାଣ୍ଡ। ଶାନ୍ତିପଡ଼ାସ୍ଥିତ ଯୁବତୀଙ୍କ ମାମୁ ଘରକୁ ଯାଇ ପରିବାରର ସ୍ୱାମୀ, ସ୍ତ୍ରୀ ଓ ପୁଅଙ୍କୁ ଗନ୍‌ପଏଣ୍ଟରେ ରଖିଥିଲା। ମଙ୍ଗଳବାର ଛଅଘଣ୍ଟାର ଅପରେସନ ପରେ ବିକ୍ରମକୁ କାବୁ କରିଥିଲା ପୁଲିସ।

 

ଶାନ୍ତିପଡ଼ାର ହାଇଭୋଲଟେଜ ଡ୍ରାମାର ମାଷ୍ଟରମାଇଣ୍ଡ ବିକ୍ରମ ପଣ୍ଡାକୁ ନେଇ ଏବେ ସବୁଠି ଚର୍ଚ୍ଚା। ଗାଁଠୁ ସହର ସବୁଠି ବିକ୍ରମ ଓରଫ ବିକିର ଲଭ୍‌ଷ୍ଟୋରିକୁ ନେଇ ବିଚାରବିମର୍ଶ। କାରଣ ଆଜି ବିକ୍ରମକୁ ଟାଉନ ପୁଲିସ ମେଡିକାଲ ପରୀକ୍ଷା ପାଇଁ ନେବା ସମୟରେ ନିଜର ପୂରା କାରନାମା ଉପରେ ବୟାନ ରଖିଥିଲା ବିକ୍ରମ ପଣ୍ଡା। ସେ କହିଥିଲା, ‘ମୁଁ ପାଗଳ ଭଳି ସେ ଝିଅକୁ ପ୍ରେମ କରୁଥିଲି। ଦୁଇବର୍ଷ ଧରି ମୋ ସହ ଥିଲା ତାର ଥିଲା ପ୍ରେମ ସଂପର୍କ। ବାହାଘର ପ୍ରସ୍ତାବ ନେଇ ତାଙ୍କ ଘରକୁ ଯାଇଥିଲି। କିନ୍ତୁ ମୁଁ ଜଣେ ବ୍ୟବସାୟୀ ହୋଇଥିବାରୁ ଝିଅର ବାପା ମନା କରିଦେଇଥିଲେ। କାରଣ ତାଙ୍କ ଝିଅ ସରକାରୀ ଚାକିରି ପାଇଯାଇଥିଲା। ତେଣୁ ସେମାନେ ସରକାରୀ ଚାକିରିଆ ଜ୍ୱାଇଁ ଖୋଜୁଥିଲେ। ମୁଁ ଝିଅର ବାପାକୁ ଆମ ଦୁହିଁଙ୍କ ପ୍ରେମ ସଂପର୍କ କଥା କହିଥିଲି। ତାର ବାପା କହିଥିଲେ ତାହା ଟାଇମ ପାସ। ଝିଅଠାରୁ ଶୁଣିବାକୁ ଚାହୁଁଥିଲି ଯେ ତାର ମୋ ପ୍ରତି ପ୍ରେମ ଟ୍ରୁ ଲଭ ଥିଲା ନା ଟାଇମ ପାସ। କିନ୍ତୁ ମୋତେ ଝିଅ ସହିତ କଥାବାର୍ତ୍ତା କରେଇବାକୁ ଦେଲେ ନାହିଁ। ବହୁ ଚେଷ୍ଟା କରି ମଧ୍ୟ ତା ସହିତ କଣ୍ଟାକ୍ଟ କରିପାରିଲି ନାହିଁ। ତାକୁ ଭେଟିବା ପାଇଁ ତାଙ୍କ ଗାଁକୁ ଗଲି। କିନ୍ତୁ ସେଠାରେ ମଧ୍ୟ ଭେଟିଲି ନାହିଁ। ପ୍ରେମିକାଠାରୁ ବିଚ୍ଛେଦକୁ ସହିନପାରି ମୁଁ ମାନସିକ  ଦୁଶ୍ଚିନ୍ତା ଆଡକୁ ଚାଲିଗଲି। ଆଉ ଶେଷରେ ଏଭଳି କାଣ୍ଡ କଲି। ମୁଁ ବନ୍ଧୁକ ଧରି ଯିବା ଭୁଲ।

 

କିନ୍ତୁ ମୁଁ ଏଥିପାଇଁ ନୋ ଗିଲ୍ଟ ନୋ ସେମ… ଲଜ୍ଜିତ ନୁହେଁ କି ଅନୁତପ୍ତ  ନୁହେଁ।’ ମୁଁ ଏବେ ବି ସେହି ଝିଅ କୁ ଭଲ ପାଏ । କିନ୍ତୁ ବିକ୍ରମର ଏହି ବୟାସରେ କେତେ ସତ କେତେ ମିଛ ପୁଲିସ ତଦନ୍ତ ପରେ ଜଣାପଡ଼ିବ।

Leave a Reply

Your email address will not be published. Required fields are marked *